ବର୍ଗ : ପ୍ରାକୃତିକ
ହୁକିଟୋଲା କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ଦ୍ବୀପରେ ଅବସ୍ଥିତ । ଇଂରେଜ ମାନଙ୍କ ଦ୍ଵାରା ୧୮୬୬-୧୮୬୭ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ଏହା ନିର୍ମାଣ ହୋଇଥିଲା । ସମୁଦ୍ର ପଥରେ ବର୍ମାରୁ ଚାଉଳ ଆମଦାନୀ ପରେ ଏଠାରେ ଗଚ୍ଛିତ କରି ରଖାଯାଉଥିଲା । ଏଠାରେ ଥିବା ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ବେଶ୍ ମନମୁଗ୍ଧ କରେ । ଏହି ସ୍ଥାନର ପ୍ରକୃତିକ ପରିବେଶ ଏବଂ ଐତିହାସିକ ମହତ୍ଵ ବର୍ଷ ସାରା ଛତ୍ର ଛାତ୍ରୀ ,ଗବେଷକ ଏବଂ ଇତିହାସ ପ୍ରେମୀ ମାନଙ୍କୁ ଆକର୍ଷିତ କରେ।
ବିମାନ ମାର୍ଗରେ
ନିକଟବର୍ତ୍ତୀ ବିମାନ ଘାଟି ଭୁବନେଶ୍ବର - ଦୂରତା ୧୪୫ କିମି
ସଡ଼କ ପଥରେ
କେନ୍ଦ୍ରାପଡ଼ା ସହର ରୁ ୫୦ ଦୂର ଖରିନାସୀ କୁ ଟ୍ଯାକ୍ସି ଯୋଗେ ପହଞ୍ଚି ହେବ. ସେଠାରୁ ଦେଶୀ ଡଙ୍ଗା ବା ବୋଟ୍ ସାହାଯ୍ୟରେ ଏହି ଐତିହାସିକ ସ୍ଥାନ କୁ ଯାଇହେବ
ରେଳଗାଡ଼ିରେ
ନିକଟବର୍ତ୍ତୀ ରେଳ ଷ୍ଟେସନ କଟକ - ଦୂରତା ୧୨୦ କିମି